ସୁନ୍ଦରଗଡ଼: ସୁନ୍ଦରଗଡ଼ ବନାଞ୍ଚଳ ସବଡେଗା ସେକ୍ସନ ଡମକୁଡା ଗାଁ ନିକଟରେ ଏକ ବିଲ ମଝି ଚହଲାରେ ଫସିଯାଇଛି ଦନ୍ତା। ଚହଲାଟି ପାଣି, କାଦୁଅ ଭରି ଯାଇଥିବାରୁ ଶତ ଚେଷ୍ଟା ସତ୍ତ୍ବେ ଉପରକୁ ଉଠି ପାରୁ ନାହିଁ। ଗତ ରାତିରେ ହାତୀଟି ଡମକୁଡା ପାଖକୁ ଆସିଥିବା ବେଳେ ପାଣି ପିଇବାକୁ ଚହଲାକୁ ଯାଇଥିଲା ଓ ସେଠାରେ ଫସି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ବନ ବିଭାଗର ଏକ ଟିମ୍ ପହଞ୍ଚି ହାତୀକୁ ଚହଲାରୁ ଉଦ୍ଧାର କରିବାକୁ ଉଦ୍ୟମ ଚଲାଇଛି।
ଚହଲାରେ ଫସିଛି ଦନ୍ତା; ବନ ବିଭାଗ ଟିମ୍ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି
/sambad/media/post_attachments/wp-content/uploads/2023/12/3a9680f8-a5f2-4ec3-b11b-4dbfc809fa29.jpeg)