କୁତ୍ରା: ବଡଗାଁ ବନାଞ୍ଚଳର କୁତ୍ରା ବ୍ଲକ କାଲୋପଡ଼ାରେ ଆଜି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗାଁ ପାଖ ବୁଦୁବୁଦୁକିଆ ସ୍ଥାନରେ ୨ଟି ହାତୀ ରହିଥିବାବେଳେ କୌଣସି ମୁହୂର୍ତ୍ତରେ ଗାଁ ଭିତରକୁ ଆସି କ୍ଷୟକ୍ଷତି କରିବାର ଆଶଙ୍କା ରହିଛି। ଏହି ସମୟରେ ହାତୀ ଘଉଡ଼ାଇବାକୁ ପହଞ୍ଚିଥିବା ବନବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ପରିବର୍ତ୍ତେ ସେଲଫି ନେବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।

Advertisment

ଘଟଣାରୁ ଜଣାପଡ଼ିଛି ଯେ ଉକ୍ତ ହାତୀ ଦ୍ବୟ ଜୁରାଜାମ୍ ଜଙ୍ଗରୁ ବାହାରି ଆସି ବର୍ତ୍ତମାନ ତେଲିଘଣା କାଲୋପଡାରେ ରହିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାତିରେ ଆସିଥିବା ହାତୀ ୨ ଟି ସକାଳ ହୋଇଯିବାରୁ ଯାଇନପାରି ଏଠାରେ ଏକ ବୁଦା ସ୍ଥାନରେ ରହିଛନ୍ତି। ଏଠାରେ ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମିଛି।