ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢିଚାଲିଛି। ଗତକାଲି କୋଇଡା ବ୍ଲକ ମାଲଦା ପଞ୍ଚାୟତର ଶଙ୍ଖପଡା ଗ୍ରାମରେ ଭୀମସେନ ନାୟକ ନାମକ ଜଣେ ଢାବା ମାଲିକଙ୍କୁ ହାତୀ ଦଳିକି ମାରି ଦେଇଥିବା ବେଳେ ଆଜି ବଣାଇ ଫରେଷ୍ଟ ରେଞ୍ଜର ଏକ ଗ୍ରାମକୁ ପଶି ଆସିଛନ୍ତି । ଜଙ୍ଗଲ ନିକଟ ବଡ଼ପୋଷ ଗ୍ରାମରେ ହାତୀପଲ ଗତକାଲି ରାତିରେ ପଶି ସକାଳେ ବାହାରି ଯାଇଥିବା ବେଳେ ଗୋଟିଏ ହାତୀ ରହି ଯାଇଛି ।

Advertisment

ଏହି ହାତୀଟି ଏବେ ଗ୍ରାମ ମଧ୍ୟରେ ବୁଲିବା ସଙ୍ଗେ ସଙ୍ଗେ ରାସ୍ତା ଉପରକୁ ମଧ୍ୟ ଚାଲିଆସୁଛି। ହାତୀଟି ଗ୍ରାମ ଭିତରେ ବୁଲୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ କର୍ମଚାରୀମାନେ ଏହି ମାଈ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି ।