ବନ୍ଧମୁଣ୍ଡା: ହାଓଡା-ମୁମ୍ବାଇ ମେଲ୍‌ ଦୁର୍ଘଟଣା ତଦନ୍ତର ତୃତୀୟ ଦିନରେ ରେଳ କର୍ମଚାରୀଙ୍କୁ ପଚରାଉଚରା କରାଯାଇ ବୟାନ ରେକର୍ଡ କରାଯାଇଛି। ଶନିବାର ତଦନ୍ତର ତୃତୀୟ ଦିନ ଚକ୍ରଧରପୁର ରେଳମଣ୍ଡଳ ମୁଖ୍ୟାଳୟର ଅଡିଟୋରିୟମରେ ରେଳବାଇ ସିଆର୍‌ଏସ୍‌ ବ୍ରଜେଶ କୁମାର ମିଶ୍ର ରେଳବାଇର ଦୁଇଟି ବିଭାଗର ୧୭ ରେଳ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ଶନିବାର ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ପଚରାଉଚରା ସନ୍ଧ୍ୟା ପ୍ରାୟ ୬ ଟାବେଳେ ସମ୍ପନ୍ନ ହୋଇଛି। ପଚରାଉଚରା କରାଯାଉଥିବା ରେଳ କର୍ମଚାରୀମାନେ ଇଞ୍ଜିନିୟରିଂ ଏବଂ ଯାନ୍ତ୍ରିକ ବିଭାଗର କର୍ମଚାରୀ ବୋଲି ଜଣାପଡ଼ିଛି। କ୍ରମାଗତ ତିନି ଦିନ ଧରି ଦୁର୍ଘଟଣା ସମ୍ପର୍କରେ ଚାଲିଥିବା ତଦନ୍ତ ଯୋଗୁ ସମଗ୍ର ରେଳ ବିଭାଗରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଉଲ୍ଲେଖନୀୟ ଯେ ତିନି ଦିନ ମଧ୍ୟରେ ଅଲଗା ଅଲଗା ରେଳ କର୍ମଚାରୀଙ୍କ ଦ୍ଵାରା ଦିଆ ଯାଇଥିବା ବୟାନକୁ ତଦନ୍ତ ଅଧିକାରୀ ଖୋଳତାଡ଼ କରୁଛନ୍ତି। ସମସ୍ତ ରେଳ କର୍ମଚାରୀଙ୍କ ଦ୍ଵାରା ଦିଆ ଯାଇଥିବା ବୟାନ ମେଳ ଖାଉଛି କି ନାହିଁ ତାହା ମଧ୍ୟ ଦେଖାଯାଉଛି। ସୂଚନା ଥାଉକି କି ମୁମ୍ବାଇ ମେଲ୍‌ ଦୁର୍ଘଟଣାରେ ରେଳବାଇ ସିଆର୍‌ଏସ୍‌ଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ୯୫ ରେଳ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।