ସୁନ୍ଦରଗଡ଼: ଆଜି ସକାଳେ ସବଡେଗା ନିକଟ କଟିଙ୍ଗଡିହିରେ ତଳସରାର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଡ. ମାଝୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ଡ. ମାଝୀ କୌଣସି କାମରେ କାରରେ ଆସୁଥିବା ବେଳେ କଟିଙ୍ଗଡିହି ନିକଟରେ ଏକ ଗାଡ଼ି ଅଚାନକ ସାମ୍ନାକୁ ଚାଲି ଆସିଥିଲା। ଡ୍ରାଇଭର ହଡ଼ବଡେଇ ଯିବା ପରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଗାଡିଟି ଭାଙ୍ଗି ଚୁରମାର ହୋଇଯାଇଛି। ତେବେ ଡ. ମାଝୀ ଓ ଡ୍ରାଇଭର ସୁରକ୍ଷିତ ଉଦ୍ଧାର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/724bd006-3f37-4e9a-b74d-94598693b644.jpg)