ସୁନ୍ଦରଗଡ଼: ସୁନ୍ଦରଗଡ ସିଂହାସନରେ ପୁଣିଥରେ ବସିପାରେ ବିଜେପି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୁଣିଥରେ ଦିଲ୍ଲୀ ଲଢେଇରେ ମାରିପାରନ୍ତି ବାଜି। ୨୦୧୪ ରେଜଲ୍ଟର ରିପିଟ୍‌ ୨୦୧୯ରେ ଦେଖିବାକୁ ମିଳିପାରେ। ବିଜେଡି ପାଇଁ ଏହି ଆସନ ପୁଣିଥରେ ଅପହଞ୍ଚ ପାଲଟିପାରେ। ସେହିଭଳି ୫ ବର୍ଷ ପରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସର ସ୍ୱପ୍ନ ପୁଣିଥରେ ମଉଳିପାରେ। ସୁନ୍ଦରଗଡରେ ଲୋକସଭା ଆସନରେ ବିଜେପି ବାଜି ମାରୁଥିବା ନେଇ ଏକଜିଟ୍‌ ପୋଲ୍‌ ଦର୍ଶାଉଥିବା ବେଳେ ଏହା ଅଧୀନରେ ଥିବା ବିଧାନସଭା ଆସନରେ ଜବରଦସ୍ତ ପ୍ରଦର୍ଶନ କରିପାରେ ବିଜେଡି।

Advertisment

publive-image

ସୁନ୍ଦରଗଡ ଲୋକସଭା ଅଧୀନରେ ଆସୁଥିବା ୭ଟି ଆସନ ମଧ୍ୟରୁ ୫ଟିରେ ବିଜେଡି ବାଜିମାତ କରିପାରେ। ସେହିଭଳି ବିଜେପିର ଆସନ ପୂର୍ବପେକ୍ଷା ଆଉ ଗୋଟିଏ ବୃଦ୍ଧି ପାଇପାରେ। ଖାସକରି ଗତଥର ମାତ୍ର ୨ଟି ଆସନରେ ସୀମିତ ଥିବା ବିଜେଡି ଚଳିତଥର ୫ ଆସନରେ ପହଞ୍ଚିପାରେ। ରାଉରକେଲାରେ ବିଜେପି, ବଣାଇଁରେ ସିପିଏମ ଓ ସୁନ୍ଦରଗଡରେ କଂଗ୍ରେସ ଗଡକୁ ଧ୍ୱସ୍ତ କରି ବିଜେଡି ଏଠାରେ ବିଜୟ ବାନା ଉଡାଇବାରେ ସକ୍ଷମ ହୋଇପାରେ।

ଅନ୍ୟପଟେ ତଳସରା ଓ ବୀରମିତ୍ରପୁରରେରେ ପ୍ରଥମ ଥର ପାଇଁ ଫୁଟିପାରେ ପଦ୍ମ। ଆଉ ଏହାସହ ୨୦୧୪ ତୁଳନାରେ ବିଜେପିକୁ ଗୋଟିଏ ସିଟ୍‌ ଅଧିକା ମିଳିପାରେ। ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି।