ରାଉରକେଲା: ରାଉରକେଲା ମହାନଗର ନିଗମ (ଆରଏମସି ) ପକ୍ଷରୁ ଆଜି ମଧୁସୂଦନପାଲିରେ ଚାଲିଥିବା ନକଲି ସସ ଓ ଚାଓମିନ ଫ୍ୟାକ୍ଟ୍ରିରେ ଚଢ଼ଉ କରାଯାଇଛି। କାରଖାନାରେ ପ୍ରସ୍ତୁତ ହେଉଥିବା ପ୍ରାୟ ଦେଢ଼ କ୍ୱିଣ୍ଟାଲରୁ ଅଧିକ ଟମାଟୋ ଓ ଚିଲି ସସ ଜବତ କରି ସେଗୁଡିକୁ ନଷ୍ଟ କରାଯାଇଛି। ଏଥିସହ ଚାଓମିନ ମଧ୍ୟ ଜବତ ହୋଇଛି। ଉଭୟ ସସ ଓ ଚାଓମିନର ସାମ୍ପୁଲ ପରୀକ୍ଷା ପାଇଁ ଭୁବନେଶ୍ୱର ଲ୍ୟାବକୁ ପଠାଯାଇଛି। ପରେ କାରଖାନାକୁ ସିଲ୍ କରାଯାଇଛି।
/sambad/media/post_attachments/wp-content/uploads/2022/11/ed1779ba-34d2-415a-b885-57862b119f5c.jpg)
ବିନା ଲାଇସେନ୍ସରେ ବଣ୍ଟୁ ସାହୁ ଓମ ସାଇରମ ନାଁ ରେ ସସ ଓ ଚାଉମିନ ତିଆରି କରି ବଜାରକୁ ଛାଡ଼ୁଥିଲେ। ବର୍ଷ ବର୍ଷ ଧରି ଏସବୁ ନକଲି ସସ ଓ ଚାଉମିନ ବଜାର ବିକ୍ରି ହେଉଥିଲେ ମଧ୍ୟ ଆରଏମସି ତାର କୌଣସି ଟେର ପାଉନଥିଲା। ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ଆରଏମସି କମିସନରଙ୍କୁ ଜଣାଇଥିଲେ। କମିସନରଙ୍କ ନିର୍ଦେଶକ୍ରମେ ଆଜି ସିଟି ମେଡିକାଲ ଅଧିକାରୀ ଡାକ୍ତର ଏସ କେ ପରିଡ଼ା ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ଚଢ଼ଉ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/5c7a3a06-6dbe-4418-94d7-c183c15491ca.jpg)