ରାଉରକେଲା: ଅବକାରୀ ବିଭାଗକୁ ଆଜି ବଡ଼ ଧରଣର ସଫଳତା ମିଳିଛି। ଦୀର୍ଘଦିନ ହେଲା ନକଲି ବିଦେଶୀ ମଦ ବିକ୍ରି କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୀଲ ସାହୁ, ପ୍ରେମ ବାହାଦୁର ଓ ରୋୟାନ ହୋରୋ। ଏମାନଙ୍କଠାରୁ ୧୪୦ ପେଟି, ଅର୍ଥାତ ୧୬୮୦ ବୋତଲ ନକଲି ମଦ ଜବତ ହୋଇଛି। ମଦ ପରିବହନରେ ନିୟୋଜିତ କାର (ଓଆର-୧୪-କ୍ୟୁ-୯୬୧୬)କୁ ମଧ୍ୟ ଜବତ କରାଯାଇଛି।
/sambad/media/post_attachments/wp-content/uploads/2021/03/ଂ.jpg)
ଆଜି ପୂର୍ବାହ୍ନରେ ଅବକାରୀ ଇନ୍ସପେକ୍ଟର ସ୍ନେହଳତା ନାୟକଙ୍କ ନେତୃତ୍ୱରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଜୋଡ଼ାକୁଦରରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ରୋୟାନର ଘରେ ମଦକୁ ଲୁଚାଇ ରଖାଯାଇଥିବାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fc67a5a7-efb3-4504-b362-36978d4bbec9.jpg)