ସୁନ୍ଦରଗଡ଼ ଜିଲ୍ଲାରେ ଅମାନିଆ ଗଣିଲେଣି ୪୭ ଲକ୍ଷ ଜରିମାନା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରାଯାଇଛି। ଜିଲ୍ଲାରେ କୋଭିଡ୍ ନିୟମ ଭାଙ୍ଗୁଥିବା ବିଭିନ୍ନ ବ୍ୟକ୍ତି, ବ୍ୟାବସାୟିକ ସଂସ୍ଥା ଓ ଅନୁଷ୍ଠାନଠାରୁ ଜରିମାନା ଆଦାୟ କରାଯାଉଛି।
ଗତ ଏପ୍ରିଲ ୧୨ରୁ ମେ’ ୭ ମଧ୍ୟରେ ୪୭ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇସାରିଲାଣି। ପ୍ରଶାସନ, ପୁଲିସ ଓ ଅନ୍ୟ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର