ଅଗ୍ନିକାଣ୍ଡରେ ଜଳିଗଲା ଆସବାବପତ୍ର

ରାଉରକେଲା: କୋଏଲନଗର ସି -୧୮୮ ଏବଂ ସେକ୍ଟର-୧୬ ଡି -୨୫ କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ସହ ଅନ୍ୟାନ୍ୟ ଜନିଷି ଜଳିଯାଇଛି। ଆରଏସ୍‌ପି ଏବଂ ଓଡିଶା ଅଗ୍ନିଶମ ବିଭାଗ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଡଧରଣ ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି। କୋଏଲନଗର ସି -୧୮୮ର ବିଲ୍‌ଡିଂର ଦ୍ୱିତୀୟ ମହଲାରେ ରୁହନ୍ତି ଚିରଞ୍ଜିବ ନାୟକଙ୍କ ପରିବାର। ସକାଳ ପ୍ରାୟ ସାଢ଼େ ୮ଟାରେ ଚିରଞ୍ଜିବଙ୍କ ପତ୍ନୀ ରୋଷେଇ କରୁଥିବାବେଳେ ଅସାବଧାନତା ହେତୁ ନିଆଁ ଲାଗିଥିଲା। ପରିବାର ଲୋକ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ରୋଷେଇ ଘରେ ସମସ୍ତ ସାମଗ୍ରୀ ଜଳିଯାଇଥିଲା। ସେହିପରି ସେକ୍ଟର-୧୬, ଡି -୨୫ ରାଜେଶ ରାୟ ପତ୍ନୀ ଏବଂ ପୁଅ ସମ୍ପର୍କୀୟଙ୍କୁ ଆଣିବାକୁ ବସ୍‌ଷ୍ଟାଣ୍ଡ ଚାଲିଥିଲା। ଯିବାର କିଛି ସମୟ ପରେ ଘରୁ ଧୂଆଁ ବାହାରୁଥିବା ଦେଖି ପଡୋଶୀମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଘରୁ ବାହାରୁ ଧୂଆଁର ପ୍ରକୋପ ଏତେ ଥିଲା ଯେ, ଅଗ୍ନିଶମ କର୍ମଚାରୀମାନେ ଆଜବେଷ୍ଟ କଣାକଣି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟିଭି, କୁଲର, ପଲଙ୍କ ଆଦି ଅନେକ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧିତ ଖବର