ରାଉରକେଲା: ରାଉରକେଲାର କୋଏଲ ନଗର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, କୋଏଲ ନଗରର ଏ-୩୧୫ ଘରେ ନିଆଁ ଲାଗି ଜଳିଯାଇଛି ଦୁଇ ମହଲା କୋଠା। ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ କାବୁ କରିବାକୁ ଲାଗିଛନ୍ତି। ମା ଓ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ଏହି ନିଆଁଲିଭାରେ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ କାବୁ କରିଥିଲେl