ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳ ପଞ୍ଚରା ସେକ୍ସନରେ କେହି ନିଆଁ ଲଗାଇ ଦେବାରୁ ଗତ ସାତ ଦିନ ହେଲା ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ୨ଟି ଟିମ ଗଠନ କରାଯାଇଅଛି। ସେଠାରେ ମେସିନରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ଏହି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଏହାଫଳରେ ବନବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ମଧ୍ୟ ଏହି ନିଆଁ ଲିଭାଇବାରେ ନାକେଦମ ହୋଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନିଆଁ ସଂପୂର୍ଣ୍ଣ ଜଙ୍ଗଲକୁ କବଳିତ କରିବାକୁ ଯାଉଥିବା ବେଳେ ଜଙ୍ଗଲ ମଝିରେ ୫ ଟି ବଣୁଆଁ ହାତୀ ଗର୍ଜନ କରୁଛନ୍ତି।