ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୁଟିଧାରାରେ ଥିବା ପିଚୁ କାରଖାନାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଅପରାହ୍ନରେ କର୍ମଚାରୀମାନେ ପିଚୁ ତିଆରି କରୁଥୁବା ବେଳେ ହଠାତ କାରଖାନାରେ ନିଆଁ ଲାଗିଲାଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି l ରାଉରକେଲା ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି l କାରଖାନାରେ କାମ କରୁଥିବା କର୍ମଚାରୀଙ୍କର କୌଣସି କ୍ଷତି ହୋଇ ନଥିବା ଜଣାପଡିଛିl ଗୋଟିଧରାରେ ଚକାଡୋଳା କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାର ଉକ୍ତ ପିଚୁ ମିକ୍ସିଂ ପ୍ଲାଣ୍ଟ ରହିଛି ବୋଲି ଜାଣିବାକୁ ମିଳିଛି।
ରାଉରକେଲା: ପିଚୁ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ
/sambad/media/post_attachments/wp-content/uploads/2021/01/8c41f62a-338c-4f73-b3dd-dc8e3809777a.jpg)