ହେମଗିର : ଆଜି ସନ୍ଧ୍ୟା ୭ଟାରେ ଗୋପାଳପୁର ବସ ଷ୍ଟପେଜ୍ରେ ଶୁକ୍ରୁ ନାଏକ(୪୫) ନାମକ ଜଣେ ବ୍ୟକ୍ତିଙ୍କୁ କେହି ଗୁଳି ମାରି ହତ୍ୟା କରିଛି। ତେବେ ହତ୍ୟାକାରୀର ପରିଚୟ ଓ ହତ୍ୟାର କାରଣ ସମ୍ପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ମିଳିଥିବା ସୂଚନା ଅନୁସାରେ ଗୋପାଳପୁର ତଳପଡ଼ାର ଶୁକ୍ରୁ ସନ୍ଧ୍ୟାରେ କୌଣସି କାମରେ ବସ୍ ଷ୍ଟପେଜ୍ ପାଖକୁ ଆସିଥିବା ବେଳେ ଦୁର୍ବୃତ୍ତ ଅତି ନିକଟକୁ ଆସି ଗୁଳି ଫୁଟାଇଥିଲେ। ଅତି ନିକଟରୁ କରାଯାଇଥିବା ଗୁଳି ଶୁକ୍ରୁର ଛାତିକୁ ଭେଦି ଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଚାଷ କରି ପରିବାର ଚଳାଉଥିବା ଶୁକ୍ରୁଙ୍କୁ କିଏ କାହିଁକି ହତ୍ୟା କଲା ତାହା ରହସ୍ୟମୟ ହୋଇ ଉଠିଛି। ଘଟଣାସ୍ଥଳରେ ହେମଗିର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍କୁ ଡକା ଯାଇଥିବା ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି କହିଛନ୍ତି।
ଯୁବକଙ୍କୁ ଗୁଳି କରି ହତ୍ୟା
/sambad/media/post_attachments/wp-content/uploads/2018/01/muder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)