ବାଲୁଘାଟରେ ପଶିଲା ବନ୍ୟା ପାଣି: ଡୁବିଲା ୩୦ ଘର

ରାଉରକେଲା: ଗତ ତିନି ଦିନ ଧରି ଝାରଖଣ୍ଡ ଓ ସୁନ୍ଦରଗଡ଼ରେ ଲଗାଣ ବର୍ଷାରୁ ସ୍ମାର୍ଟସିଟିର ବାଲୁଘାଟ ବସ୍ତିରେ ବସିଛି ବ୍ରାହ୍ମଣୀର ବନ୍ୟା ପାଣି। ବାଲୁଘାଟ ନୂଆ ବସ୍ତିରେ ପ୍ରାୟ ୩୦ରୁ ଅଧିକ ଘରେ ପାଣି ପଶିଛି। ଧୀରେ ଧୀରେ ପାଣି ବଢ଼ୁଥୁବାରୁ ଅନ୍ୟ ବସ୍ତିବାସିନ୍ଦାଙ୍କ ଚିନ୍ତା ବଢ଼ି ଯାଇଛି।

ପାଣି ଘେରରେ ଥିବା ୩୦ ପରିବାରଙ୍କୁ ରାଉରକେଲା ମହାନଗର କର୍ମଚାରୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ବିଦ୍ୟୁତ କଲୋନୀ ଓ ବାଲୁଘାଟସ୍ଥ ବ୍ରାହ୍ମଣୀ ପ୍ରାଥୀମିକ ସ୍କୁଲରେ ରଖିଛନ୍ତି। ଗତକାଲି ଉପାସରେ ରହିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ରିଲିଫ ଦିଆ ଯାଇ ନ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର