ଫୁଲକୁ ପୂଜାର୍ଚନା

ଲେଫ୍ରିପଡ଼ା: ଲେଫ୍ରିପଡ଼ା ବ୍ଲକ୍‌ ଅନ୍ତର୍ଗତ ସାହେବଡେରା ଗ୍ରାମରେ ଏକ ଭଗବାନ ଗଣେଶଙ୍କ ଆକୃତିର ଏକ ଫୁଲକୁ ସ୍ଥାନୀୟ ଲୋକେ ପୂଜାର୍ଚନା କରୁଥିବା ଦେଖିବାକୁ ମଳିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଗତକାଲି ଶ୍ୟାମ ସୁନ୍ଦର କିଡୋଙ୍କ ବାଡ଼ିରେ ପ୍ରଥମେ ପଶ୍ଚିମ ଦିଗରୁ ଓ ପରେ ଦକ୍ଷିଣ ଦିଗରୁ ଘୂର୍ଣ୍ଣିଝଡ଼ ହୋଇଥିଲା। ଗ୍ରାମର ଅନ୍ୟ କୌଣସି ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇନଥିବା ବେଳେ ଶ୍ରୀ କିଡୋଙ୍କ ବାଡ଼ିରେ ପବନ ପ୍ରବଳ ବେଗରେ ବୋହିଥିଲା। ଏହାର କିଛି ସମୟ ପରେ ସେଠାରେ ଏକ ମାଛି ଦଳ ଉଡ଼ିଥିଲେ। ବାଡ଼ି ପଛପଟୁ ପ୍ରବଳ ଦୁର୍ଗନ୍ଧ ଆସିଥିଲା। ଲୋକେ ସେଠାକୁ ଯାଇ ବନ୍ଧା କୋବି ଭଳି ଏକ ଗଛ ହୋଇଥିବା ଏବଂ ଏହାର କିଛି ସମୟ ପରେ ଗଛରେ ଗଣେଶ ଆକୃତିର ଫୁଲ ଫୁଟିଥିଲା। ଏହାର ଭଗବାନଙ୍କ ଲୀଳା କରି ଲୋକେ ସେଠାରେ ପୂଜାର୍ଚନା କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର