ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼  ପ୍ରଶାସନ ପଣ୍ଡ୍ରିଢିପାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି। ଜେସିବି ଲଗାଇ ୧୦ରୁ ଅଧିକ ଦୋକାନ ଓ ଘର ଭାଙ୍ଗି ଦେଇଛି, ଯାହାକୁ ନେଇ ସେଠାରେ ସାମାନ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୋକାନୀମାନେ ଥଇଥାନ ପାଇଁ ଦାବି କରିଛନ୍ତି। ପଣ୍ଡ୍ରିଢିପାର ବିଜୁ ଏକ୍ସପ୍ରେସ ୱେ କଡ଼ରେ   ବହୁଦିନରୁ  ସରକାରୀ ଜମି ଜବରଦଖଲ କରି ୧୦ରୁ ବ୍ୟକ୍ତି ଦୋକାନ ଓ ଘର ତିଆରି କରି ରହୁଥିଲେ।

Advertisment

ତେଵେ ସେଠାରେ ନୂଆ କୋର୍ଟ କୋଠା ତିଆରି ପାଇଁ ଜମି ଚିହ୍ନଟ ପରେ  ଜବରଦଖଲ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା ପ୍ରଶାସନ। ୭ ଦିନ ତଳେ ସମସ୍ତଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦେଇଥିଲା। କିନ୍ତୁ ଲୋକେ ଛାଡ଼ିବାକୁ ରାଜି ନଥିଲେ। ଗତକାଲି ପୁଲିସ, ପ୍ରଶାସନ ଶେଷ ତାଗିଦ୍ କରିଥିଲା। କିନ୍ତୁ ଲୋକେ ନମାନିଵାରୁ  ସୁନ୍ଦରଗଡ଼ ତହସିଲଦାରଙ୍କ ତତ୍ତ୍ବାଵଧାନରେ ଆଜି ସକାଳୁ ଜୋର୍ କରି  ଦୋକାନଗୁଡିକୁ ଭାଙ୍ଗି ଦିଆଯାଇଛି। ହେଲେ ପ୍ରଭାବିତ ଦୋକାନୀମାନେ ଭିନ୍ନ ଅଭିଯୋଗ ଆଣିଛନ୍ତି। ପ୍ରଶାସନ ରାତି ୯ଟାରେ ଜାଗା ଖାଲି କରିବାକୁ କହି ହଠାତ୍ ଆଜି ସକାଳୁ ଉଚ୍ଛେଦ କରିଛି। ବର୍ଷା ଦିନରେ ଜୋର୍ କରି ହଟାଇ ପ୍ରଶାସନ ସେମାନଙ୍କୁ ଦାଣ୍ଡରେ ବସାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି।