ରାଉରକେଲା: ଆଜି ଭୋର ପ୍ରାୟ ପାଞ୍ଚଟାରେ ବିଶ୍ରା ରେଞ୍ଜ ଅନ୍ତର୍ଗତ ଓଡ଼ିଶା ସୀମାନ୍ତ ଗାଁରେ ବନ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ଉ କରିଛି। ତୁଳସୀକାନି ଝାରବେଡା ମାହାତୋତୋଲାରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ସହ ତିଆରି ଆସବାବପତ୍ର ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ କାଠ ମାଫିଆ ଓ ଚୋରା ବ୍ୟବସାୟୀ ଫେରାର ହୋଇଯାଇଛନ୍ତି।
ଜବତ କାଠର ବଜାର ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଚଢ଼ଉରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ନେତୃତ୍ୱ ନେଇଥିଲେ।
ସୂଚନାଯୋଗ୍ୟ, ଗତ କିଛି ମାସ ଧରି ଓଡ଼ିଶା -ଝାରଖଣ୍ଡ ସୀମାନ୍ତ ଗାଁରେ ଚୋରା କାଠ ଚାଲାଣ ଜୋରସୋର ଚାଲିଛି। କାଠ ମାଫିଆମାନେ ସ୍ଥାନୀୟ ଲୋକଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇ ସଂରକ୍ଷିତ ଜଙ୍ଗଲକୁ କାଟି ସଫା କରୁଛନ୍ତି। ସ୍ଥାନୀୟ ରେଞ୍ଜ ପକ୍ଷରୁ ସେମିତି କିଛି କାର୍ଯାନୁଷ୍ଠାନ ନିଆଯାଉ ନ ଥିବାରୁ ମାଫିଆମାନେ ମନଇଛା ଏମିତି ବେଆଇନ କାମ କରିଚାଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/rkl-1.jpg)