ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ପୁଲିସ ସହରର ଶଙ୍କରା ଵାଏପାସରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସହରର ଇକବାଲ ଖାନ, ଅଜୟ ଯାଦଵ, ସନ୍ତୋଷ ସେଠୀ, ମହେଶ ଧଳ, ପ୍ରମୋଦ ସାହୁ ଓ ଦୀପକ ଶଙ୍କରିଆ। ସେମାନଙ୍କ ଠାରୁ ନଗଦ ୯୫୫୪୦ ଟଙ୍କା ସହ ୫ଟି କାର୍, ୮ଟି ମୋବାଇଲ୍ ଓ ତାସ ଜବତ ହୋଇଛି।
/sambad/media/post_attachments/wp-content/uploads/2021/05/76835199-e9d2-4a54-8893-150df416e164.jpg)
ଶଙ୍କରା ଵାଏପାସ କୁନାଲ ପେଟ୍ରୋଲ ପମ୍ପ ନିକଟରେ ନିୟମିତ ଜୁଆ ଖେଳ ଚାଲିଥିବା ସୂଚନାକ୍ରମେ ଶନିବାର ଦିନ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ ଓ ଏସଡିପିଓ ମଧୁସିକ୍ତା ମିଶ୍ରଙ୍କ ତତ୍ତ୍ଵାବଧାନରେ ଟାଉନ ପୁଲିସର ଏକ ଟିମ୍ ଚଢାଉ କରିଥିଲା। ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/sng-2.jpg)