ସୁନ୍ଦରଗଡ଼: ଜିଲ୍ଲା ସଦର ମହକୁମା ଠାରେ ଆଜି ପାଳିତ ହୋଇଯାଇଛି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଏହି ଅବସରରେ ପ୍ରାତଃ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ଗାନ୍ଧିଜୀ ଙ୍କ ସ୍ମୃତିଚାରଣ କରାଯାଇଥିଲା। ସେହିଭଳି କାର୍ଯ୍ୟକ୍ରମରେ ସର୍ବଧର୍ମ ପ୍ରାର୍ଥନା କରାଯାଇ ସତ୍ୟ ଓ ଅହିଂସାର ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶ୍ରୀ ଗଣେଶ ତ୍ରିପାଠୀ ଭାଗବତ ଗୀତାରୁ କିଛି ପଂକ୍ତି ଆବୃତ୍ତି କରିଥିଲେ।
ସେହିଭଳି ଜନାବ ମୁକ୍ତାର ଉଦ୍ଦିନ କୋରାନ, ଗୁରୁ ରବିନ୍ଦର୍ କୌର ପବିତ୍ର ଗୁରୁ ଗ୍ରନ୍ଥ ସାହିବ ଏବଂ ପାଷ୍ଟର ଇସାକ ବାର୍ଲା ହଲି ବାଇବେଲ ପାଠ କରିଥିଲେ ଏବଂ ଗାନ୍ଧିଜୀ କିଭଳି ସତ୍ୟ, ଅହିଂସା, ଶାନ୍ତି, ସମାନୁବର୍ତ୍ତିତା ଆଦି ଧର୍ମ ପାଳନ ଦ୍ଵାରା ଆମ ଦେଶ ଇଂରେଜ ମାନଙ୍କ କବଳରୁ ମୁକ୍ତ କରାଇଥିଲେ ତାହା ଉପରେ ଆଲୋଚନା କରିବା ସହିତ ସମସ୍ତେ ମହାତ୍ମାଙ୍କ ସେହି ପଥ ଅନୁସରଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀ, ସଦର ତହସିଲଦାର କୁଳମଣି ରଣବିଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
Mahatma Gandhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/02/sdg1-2025-10-02-18-51-47.jpg)
