ରାଉରକେଲା : ଆଉ ମାତ୍ର ଚାରି ଦିନ ପରେ ରାଉରକେଲାରେ ପ୍ରଥମ ହକି ବିଶ୍ୱ କପ ମ୍ୟାଚ୍। ସୌନ୍ଦର୍ଯ୍ୟକରଣ କାମ ପାଇଁ ଆଜି ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗ ପକ୍ଷରୁ ସେକ୍ଟର ୬ ଟେଲିଫୋନ ଭବନ ସମ୍ମୁଖ ଗଣେଶ ବସ୍ତିକୁ ଉଚ୍ଛେଦ କରାଯାଇଛି। ସେକ୍ଟର ୧୯ ପୁଲିସ ଉପସ୍ଥିତିରେ ବସ୍ତିରେ ପ୍ରାୟ ଦେଢ଼ ଶହ ଘରକୁ ଭଙ୍ଗା ଯାଇଛି।

Advertisment

publive-image

ପୂର୍ବରୁ ବସ୍ତିବାସୀଙ୍କୁ ବସ୍ତି ଖାଲି କରିବାକୁ ସହର ସେବା ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା,  କିନ୍ତୁ ବସ୍ତି ବାସିନ୍ଦାମାନେ ଘର ଖାଲି କରି ନ ଥିବାରୁ ଆରଏସପି ପକ୍ଷରୁ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି l