ଜର୍ଜ ତିର୍କୀ ଜେଏମ୍‌ଏମ୍‌କୁ ଯିବେ ଡିସେମ୍ବର ୫ରେ

ରାଉରକେଲା : ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ଝାଡ଼ଖଣ୍ଡ ମୁକ୍ତିମୋର୍ଚା (ଜେଏମ୍‌ଏମ୍‌) ବାହୁଡ଼ିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଧାୟକ ତିର୍କୀ ରାଞ୍ଚି ଯାଇ ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନ୍‌ଙ୍କୁ ଇତିମଧ୍ୟରେ ଭେଟି ଆଲୋଚନା କରିଛନ୍ତି। ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଜେଏମ୍‌ଏମ୍‌ଙ୍କୁ ଫେରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଶ୍ରୀ ତିର୍କୀ ‘ସମ୍ବାଦ’କୁ କହିଛନ୍ତି।

ଗତ ୨୫ ତାରିଖ ଦିନ ଜର୍ଜ ତିର୍କୀ ତାଙ୍କର ଘନିଷ୍ଠ ସହଯୋଗୀ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ଲେଥା ତିର୍କୀଙ୍କ ସମେତ ବହୁ ସମର୍ଥକଙ୍କୁ ଧରି ଶିବୁ ସୋରେନ୍‌ଙ୍କୁ ଭେଟି ଦଳ ପ୍ରତ୍ୟାବର୍ତ୍ତନ ନେଇ ଚୂଡାନ୍ତ ନକ୍ସା ପ୍ରସ୍ତୁତ କରିଥିଲେ। ଆସନ୍ତା ଡିସେମ୍ବର ୫ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାର ପ୍ରତି ବ୍ଲକରୁ ତାଙ୍କର ୮/୧୦ ଜଣ ସମର୍ଥକ ରାଞ୍ଚି ଯିବେ। ରାଞ୍ଚିରେ ଶିବୁ ସୋରେନ୍‌, ତାଙ୍କ ପୁଅ ହେମନ୍ତ ସୋରେନ୍‌ଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବେ। ସେଠାରୁ ଫେରିବା ପରେ ରାଉରକେଲାରେ ଜେଏମ୍‌ଏମ୍‌ର ଏକ ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶରେ ଶିବୁ ସୋରେନ୍‌ଙ୍କ ଉପସ୍ଥିତିରେ ଜର୍ଜଙ୍କ ସବୁ ସମର୍ଥକ ଜେଏମ୍‌ଏମ୍‌ରେ ମିଶିବେ।

ସମ୍ବନ୍ଧିତ ଖବର