ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ବଣାଇଁଗଡ଼: ଟିକାୟତପାଲି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।
ଗତକାଲି ସଂଧ୍ୟାରେ ଜଣେ ୧୩ବର୍ଷିୟା ନାବାଳିକା ଅଣ୍ଡା ଆଣିବାକୁ ଯାଇଥିବା ବେଳେ ଭାଲୁପାଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳାମ୍ବର ବେହେରା ତାଙ୍କୁ ପାଖକୁ ଡାକିଥିଲେ। ‘ ଆମ ବିଦ୍ୟାଳୟରେ ପାଠ କାହିଁକି ପଢୁନାହିଁ କହି’ ଅସଦାଚରଣ କରିଥିଲେ। ଏସମ୍ପର୍କରେ ପୀଡ଼ିତା ଆଜି ଟିକାୟତପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ସଂଖ୍ୟା ୧୩/୨୦୧୮ରୁଜୁ କରି ଘଟଣାର ତଦନ୍ତ କରୁଛି। ଶିକ୍ଷକ ଶ୍ରୀ ବେହେରା ଫେରାର୍‌ ଥିବା ପୁଲିସ ପ୍ରକାଶ କରିଛି।
୫ ଦିନ ପୂର୍ବେ ବନ୍ଧାଭୁଇଁ ଜେମାମଣି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ପ୍ରଧାନ ୫ଜଣ ଛାତ୍ରୀଙ୍କୁ ଅଶ୍ଳିଳ ଭିଡିଓ ଦେଖାଇବା ସହ ଅସଦାଚରଣ କରିବା ନେଇ ବଣାଇଁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର