କୋଇଡ଼ା: ବରସୁଆଁ ରେଳସାଇଡିଂକୁ ଲୋଡିଂ ପାଇଁ ଯାଉଥିବା ଏକ ମାଲବାହୀ ଟ୍ରେନ୍ ବରସୁଆଁ ଷ୍ଟେସନ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ବୁଧବାର ରାତି ପ୍ରାୟ ୧୧ଟା ସମୟରେ ବରସୁଆଁ ରେଳସାଇଡିଂକୁ ​ଟ୍ରେନ୍ଟି ଯାଉଥିବାବେଳେ ଏହାର ତିନିଟି ବଗି ଲାଇନ୍ଚ୍ୟୁତ ହୋଇ ଯାଇଥିଲା। ଖବର ପାଇ ଚକ୍ରଧରପୁର ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚି ବଗି ଉଦ୍ଧାର ଓ ରେଳଲାଇନ୍ ମରାମତି କାର୍ଯ୍ୟ କରିଥିଲେ। ଏହି ଘଟଣା ପରେ ଟେନସା-ବରସୁଆଁ ମୁଖ୍ୟରାସ୍ତାରେ ଗୁରୁବାର ଦିନତମାମ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।
ରେଳ ଫାଟକ ବନ୍ଦ କରି ମରାମତି ଚାଲିଥିବାରୁ ଟେନସା-ବରସୁଆଁ ରାସ୍ତାରେ ଯୋଗଯୋଗ ବିଚ୍ଛିନ୍ନ ରହିଥିଲା। ଏପରି ବାଇକ୍ କି ଆମ୍ବୁଲାନ୍ସ ଯାତାୟାତ ମଧ୍ୟ ବନ୍ଦ ହୋଇ ଯାଇଥିଲା। ଫଳରେ ଦିନସାରା ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/6656f3d2-6684-4476-ae43-7a04decf7124.jpeg)