ରାଉରକେଲା/ଲହୁଣିପଡ଼ା : ଲାଞ୍ଚ ନେଇ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ରାଜାମୁଣ୍ଡା ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍) ସଞ୍ଜିତା ମାହାନ୍ତ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସର ଫଟୋ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତି (ଜିଇଓ ଟ୍ୟାଗିଙ୍ଗ୍) ପାଇଁ ଉରୁମକେଲାର ଠିକାଦାର ପବିତ୍ର କିସାନଙ୍କ ଠାରୁ ସେ ୨୧ ଶହ ଟଙ୍କା ପଞ୍ଚାୟତ ଅଫିସରେ ଲାଞ୍ଚ ନେଉଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହିତ ସୁଶ୍ରୀ ମାହାନ୍ତଙ୍କୁ ଗିରଫ କରିଥିଲେ।
ଲାଞ୍ଚ ନେଇ ଜିଆର୍ଏସ୍ ଗିରଫ
/sambad/media/post_attachments/wp-content/uploads/2018/02/RKL-GRS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)