ସୁନ୍ଦରଗଡ଼: ସୁନ୍ଦରଗଡ଼ ନିକଟ ଇଜ୍ବଳପୁର ସୀତା ଟ୍ରେଡ୍ ଓ କମର୍ସରେ ବଡ଼ ଧରଣର ଜିଏସଟି ଚଢ଼ାଉ ହୋଇଛି। ଝାରସୁଗୁଡ଼ା ଜିଏସଟି ଉପ ଆୟୁକ୍ତ ସତୀଶ ଜାଲଙ୍କ ନେତୃତ୍ବରେ ୬ଟି ଟିମ ସୀତା ଟ୍ରେଡ୍ ଓ କମର୍ସର ୨ଟି ଦୋକାନ, ୩ଟି ଗୋଦାମ ଓ ଘରେ ଏକକାଳୀନ ଚଢ଼ାଉ କରିଛନ୍ତି। ଜିଏସଟି ଫାଙ୍କି ଟାଇଲ୍ସ, ସିମେଣ୍ଟ, ଲୁହାରଡ୍ ଆଦି ଗୃହ ନିର୍ମାଣ ଉପକରଣ ଆଦି ବିକ୍ରି କରୁଥିବା ଅଭିଯୋଗ ରହିଛି। ଏହାର ମାଲିକ ହେଲେ ବିଜୟ କୁମାର ଅଗ୍ରୱାଲ ଓ ବିବେକ ଅଗ୍ରୱାଲ।