କରୋନା କଟକଣା ଯୋଗୁଁ ବୀରମିତ୍ରପୁରର ଐତିହାସିକ ଗୁପ୍ତେଶ୍ବର ମେଳା ବନ୍ଦ, ଫେରିଗଲେ ଦୋକାନୀ

ରାଉରକେଲା/ବୀରମିତ୍ରପୁର : କରୋନା କଟକଣା ଯୋଗୁଁ ବନ୍ଦ ହୋଇଯାଇଛି ବୀରମିତ୍ରପୁରର ଐତିହାସିକ ଗୁପ୍ତେଶ୍ବର ମେଳା। ଗତକାଲି ଥିଲା ମେଳାର ପ୍ରଥମ ଦିନ। ମେଳା ପରିସରରେ ଥିଲା ହଜାର ହଜାରେ ଲୋକଙ୍କ ଭିଡ଼। ତେବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ମେଳା ପରିଚାଳନା କମିଟିକୁ ତୁରନ୍ତ ମେଳାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ଉପାୟ ନପାଇ ମେଳା ପରିଚଳାନା କମିଟି ତ୍ବରିତ ପଦକ୍ଷେପ ସ୍ବରୂପ ରାଜ୍ୟ ଓ ରାଜ୍ୟ ବାହାରୁ ପସରା ମେଲାଇଥିବା ଦୋକାନଗୁଡ଼ିକୁ ବନ୍ଦ କରିବାକୁ କହିଥିଲେ। ବୀରମିତ୍ରପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସ ଟିମ୍‌ ମେଳା ପଡିଆରେ ପହଞ୍ଚି ମେଳା ପରିସରରୁ ଚାଲିଯିବାକୁ ସମସ୍ତ ଦୋକାନୀଙ୍କୁ ବୁଝାଇଥିଲେ। ହଠାତ୍‌ ଏଭଳି ସୂଚନା ପାଇବା ପରେ ଦୋକାନୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦି ପଇସା ରୋଜଗାର ଆଶା ରଖିଥିବା ୩୦୦ରୁ ଅଧିକ ଦୋକାନୀମାନେ ହରଡ଼ଘଣାରେ ପଡ଼ି ଯାଇଥିଲେ। ତେବେ ଶେଷରେ ନିରୁପାୟ ହୋଇ ନିଜ ଦୋକାନଗୁଡ଼ିକୁ ବନ୍ଦ କରି ସେମାନେ ଜଣେ ପରେ ଜଣେ ନିଜ ନିଜ ଘରକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ଐତିହାସିକ ବେଦବ୍ୟାସ ମେଳା ପରେ ବୀରମିତ୍ରପୁର ଥାନା ନିକଟ ପଡ଼ିଆରେ ପ୍ରତିବର୍ଷ ଗୁପ୍ତେଶ୍ବର ମେଳା ଆୟୋଜିତ ହୋଇଥାଏ।

ସମ୍ବନ୍ଧିତ ଖବର