ରାଉରକେଲା : ଦେଶ ସ୍ୱାଧୀନତାର ୭୫ ବର୍ଷ ପୁରା କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦେଶ 'ଆଜାଦୀ କି ଅମୃତ ମହୋତ୍ସବ' ପାଳନ କରୁଛି। ୭୫ତମ ସ୍ୱାଧୀନତା ଦିବସ ଅବସରରେ ଲୋକଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ଏବଂ ଜାତୀୟ ପତାକା ପ୍ରତି ସମ୍ମାନ ବଢାଇବା ଲାଗି 'ହର ଘର ତିରଙ୍ଗା' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ଜନସାଧାରଣ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘରେ ଜାତୀୟ ପତାକା ଲଗାଇବାକୁ ନିବେଦନ କରାଯାଇଛି।

Advertisment

publive-image
'ହର ଘର ତିରଙ୍ଗା' କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ସଚେତନ କରାଇବା ଲାଗି ରାଉରକେଲା ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା। ସିଆରପିଏଫ ଗେଟ ନିକଟରୁ ଏହି ଶୋଭାଯାତ୍ର ବାହାରି ସହର ପରିକ୍ରମା କରିଥିଲା। ପ୍ରତି ଘରେ ତିରଙ୍ଗା କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର  ବୋଲି ସିଆରପିଏଫ ପକ୍ଷରୁ କୁହାଯାଇଛି।