ଅଶ୍ଳିଳ ଭିଡ଼ିଓ ଦେଖାଇ ଛାତ୍ରୀଙ୍କୁ ଅସଦାଚରଣ ମାମଲା:ପୀଡ଼ିତାଙ୍କ ବୟାନ ରେକର୍ଡ

ବଣାଇଁଗଡ଼: ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିବା ଜେମାମଣୀ ଉଚ୍ଚ ବିଦ୍ୟାଳୟ, ବନ୍ଧାଭୂଇଁର ଛାତ୍ରୀଙ୍କୁ ଅଶ୍ଳିଳ ଭିଡିଓ ଦେଖାଇ ପ୍ରଧାନ ଶିକ୍ଷକ ଅସଦାଚରଣ କରିବା ଘଟଣାର ତଦନ୍ତ ଚାଲିଛି। ଆଜି ବଣାଇଁ ଉପଖଣ୍ଡ ଦଣ୍ଡାଧିକାରୀଙ୍କ ଅଦାଲତରେ ପୀଡ଼ିତାମାନଙ୍କ ୧୬୪ ଧାରା ଅନୁସାରେ ବୟାନ ରେକର୍ଡ ହୋଇଛି।
ମାଟ୍ରିକ ପରୀକ୍ଷା ଦେବାକୁ ବଡ଼ଗୋଗୁଆ ଯାଇଥିବା ଜେନାମଣୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏକ ମେସ୍‌ କରି ରହିଥିଲେ। ଗତ ମାର୍ଚ ୧୮ ତାରିଖ ରାତିରେ ପ୍ରଧାନ ଶିକ୍ଷକ ସେମାନଙ୍କୁ ମୋବାଇଲ୍‌ ଫୋନରେ ଅଶ୍ଳିଳ ଭିଡ଼ିଓ ଦେଖାଇ ଅସଦାଚରଣ କରିଥିଲେ। ବଣାଇଁ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୫୪/୩୫୪(କ)/୧(୩ଆଇଆଇଆଇ)/୯ ପକ୍ସୋ ଧାରାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନିର୍ଯ୍ୟାତନା(ଆଟ୍ରୋସିଟି)ଧାରା ଲଗା ଯାଇନଥିବାରୁ ଅଭିମାନେ ଏହାର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର