ସ୍ମାର୍ଟସିଟି ବସ୍ତି ବେହାଲ: ଘରେ ଲହଡି ମାରୁଛି ବର୍ଷାପାଣି

ରାଉରକେଲା: ଆଜି ସକାଳୁ ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଛି ରାଉରକେଲା ସହର ତଳ ବସ୍ତି। ଡ୍ରେନ ବ୍ୟବସ୍ଥା ଠିକ୍ ନ ଥିବାରୁ ଅଧିକାଂଶ ବସ୍ତିରେ ବର୍ଷା ପାଣି ଲହଡ଼ି ମାରୁଛି। ପାନପୋଷ ବାବାମଣି ପେଟ୍ରୋଲ ପମ୍ପ ନିକଟ ରୁପୁଟୋଲା ବସ୍ତିରେ ସ୍ଥିତି ସଂଗୀନ ହୋଇପଡିଛି। ୧୪ରୁ ଅଧିକ ଘରେ ବର୍ଷା ପାଣି ପଶି ଲହଡ଼ି ମାରୁଛି।

ପ୍ରତ୍ୟେକ ଘରେ ଆସବାବପତ୍ର ଓ ଅନ୍ୟାନ୍ୟ ପାଣିରେ ଭିଜି ନଷ୍ଟ ହୋଇ ଯାଇଛି। ଆରଏମସିର କୌଣସି କର୍ମଚାରୀ ପହଞ୍ଚି ନ ଥିବାରୁ ବସ୍ତିବାସିନ୍ଦାଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି।

 

ସମ୍ବନ୍ଧିତ ଖବର