ସୁନ୍ଦରଗଡ: ରାସ୍ତାକଡରେ ଓଲଟି ପଡିଲା କୁକଡ଼ା ବୋଝେଇ ଗାଡ଼ି। ଗାଡି ଚାରିପଟେ ଜମିଗଲା ଲୋକଙ୍କ ଭିଡ଼। ଦେଖିଲେ ଲାଗୁଥିଲା ଯେମିତି, ଗାଡିରେ ଫସିଥିବା ଡ୍ରାଇଭର କି ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ଲୋକେ ତତ୍ପର ହୋଇ ଉଠିଛନ୍ତି। କିନ୍ତୁ ପ୍ରକୃତରେ ଘଟଣା ସେୟା ନୁହେଁ, ସେମାନଙ୍କ ଆଡକୁ କାହାର ନଜର ନଥିଲା। ସମସ୍ତେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ କୁକୁଡ଼ା ଵୋହି ନେଵାକୁ ଭିଡ଼ ଜମାଇଥିଲେ। କିଏ ଦୁଇ ହାତରେ ଦୁଇ, ଚାରି କୁକୁଡ଼ା ନେଇ ଯାଉଥିଲା ତ କିଏ ବସ୍ତାରେ ଭର୍ତ୍ତି କରୁଥିଲା।
ଆଜି ସକାଳେ ଭଷ୍ମା ଥାନା ଅନ୍ତର୍ଗତ ବଡ଼ବାହାଲ କୁଲକୁଲା ଜଙ୍ଗଲ ନିକଟରେ ଏକ କୁକୁଡ଼ା ବୋଝେଇ ଗାଡ଼ି ଓଲଟି ପଡ଼ିବା ପରର ଦୃଶ୍ୟ ଥିଲା ଏମିତି। ଝାରସୁଗୁଡାରୁ କୁକୁଡ଼ା ନେଇ ସୁନ୍ଦରଗଡ ଆସୁଥିବା ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।
/sambad/media/post_attachments/wp-content/uploads/2020/11/Untitled-51.jpg)
ସୌଭାଗ୍ୟକୁ ଡ୍ରାଇଭରଙ୍କର କିଛି କ୍ଷତି ହୋଇ ନାହିଁ। ତେଵେ ଗାଡ଼ି ଓଲଟି ପଡ଼ିବା ପରେ ସ୍ଥାନୀୟ ଲୋକେ ଗାଡ଼ିର ଡ୍ରାଇଭରଙ୍କ ଅବସ୍ଥା ନ ଦେଖି କୁକୁଡ଼ା ସବୁ ବୋହି ନେଇଯାଉଥିବାର ଦେଖିବାକୁ ମିଳିଥିଲା। ଏପରିକି ଲୋକେ ବ୍ୟାଗ, ବସ୍ତା ଅ।ଦିରେ କୁକୁଡ଼ା ନେଇ ପଳେଇଥିଲେ। ନିଜ ମାନବିକତାକୁ ଭୁଲି ଯାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ କୁକୁଡ଼ା ଵୋହି ନେବାରେ ଲୋକେ ବ୍ୟସ୍ତ ରହିଵା ଦୃଶ୍ୟ ଆଲୋଡନ ସୃଷ୍ଟି କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଦୌଡ଼ି ପଳାଇଥିଲେ। ଏହାର ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Chicken-Truck-Accident_Thumbnail.jpg)