ରାଉରକେଲା: ଇସ୍ପାତ ସହର ଓ ଆଖପାଖ ଅଞ୍ଚଳରେ ଆଜି ଅବକାରୀ ଗୁଇନ୍ଦା ବିଭାଗ, ସମ୍ବଲପୁର ଓ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ୧୨୩ ଲିଟର୍ ଦେଶୀ ମଦ ଓ ୪୦ ବୋତଲ ବିଦେଶୀ ମଦ ଜବତ ହୋଇଛି। ମଦ ବିକ୍ରି କରୁଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବାଗବୁଡ଼ି ବସ୍ତିର ରୀନା ମୁଣ୍ଡାରୀ, ସିଙ୍ଗାରୀ ମୁଣ୍ଡାରୀ, ଗୋପାଳ ମୁଣ୍ଡାରୀ, ତାରାମଣୀ ମୁଣ୍ଡାରୀ,ଏତୁଆରୀ ମୁଣ୍ଡାରୀ, ଦଲପୋଷର ଯୁଦାର ପାତର, କେର୍କେଟାର ସାଇନାଥ ଭୂମିଜ, ଦଶରଥ ସିଂହ, ଲାଲଧର ସିଂହ, ମୁନୀ ସିଂହ, ଟ୍ରାଫିକ୍ ଗେଟ୍ର ସୁବାସ ବେହେରା, ଆମ୍ବାଗାନର କେ. ତିରୁପତି ଦୋରା ଓ ରାଜେଶ ଦାଶ।
ଏମାନେ ଦୀର୍ଘ ଦିନ ହେଲା ମଦ ବିକ୍ରି କରୁଥିଲେ। ଏନେଇ ସୂଚନା ପାଇବାପରେ ଆଜି ଅବକାରୀ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଚଢ଼ଉରେ ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ଅର୍ଜୁନ ମଲ୍ଲିକ, ଏଚ. ମହାନନ୍ଦିଆ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-09-at-20.15.33.jpeg)