ଅସହାୟ ଭିନ୍ନକ୍ଷମ ମହିଳାଙ୍କ ଥଇଥାନ ଦାବି

ବଣାଇଁଗଡ଼: ବଣାଇଁ ରାଜବାଟି ନିକଟ ବାହାରିଗଡ଼ ସାହିରେ ଥିବା ଜନୈକା ଅସହାୟ ଭିନ୍ନକ୍ଷମ ମହିଳା ସରସ୍ଵତୀ ନାଗ (୪୮)ଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ମହିଳାମାନେ ଦାବି କରିଛନ୍ତି। ମହିଳାଙ୍କ ଘର ହାତିବାରୀ ଅଞ୍ଚଳରେ ହୋଇଥିବାବେଳେ ବହୁ ବର୍ଷରୁ ବାହାରିଗଡ଼ରେ ରହି ଭିକ୍ଷାବୃତ୍ତି କରି ଚଳି ଆସୁଥିବାବେଳେ ତାଙ୍କର କଥା ବୁଝିବାକୁ କେହି ନାହାନ୍ତି। ରାତିରେ ସାହିର ୟା ତା ବାରଣ୍ଡାରେ ଶୋଇ ଦିନ କାଟୁଛନ୍ତି। ତାଙ୍କୁ ଆବଶ୍ୟକ ସରକାରୀ ସହାୟତା ଓ ବାସଗୃହ ତଥା ଥଇଥାନ କରିବାକୁ ଗ୍ରାମର ଋତୁମତି ସେନାପତି, ସୁପ୍ରଭା ମାହାନ୍ତ, ଶକୁନ୍ତଳା ନାୟକ, ପୁଷ୍ପାଞ୍ଜଳି ସେଠୀ, ଆଦରା ଠାକୁର, ସୌଭାଗିନୀ ସାମନ୍ତ, ଡାଲିମ୍ବ ଠାକୁର, ଯଶୋଦା ସାହୁ, ଖିରୋଦା ସାହୁ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର