ରାଉରକେଲା: ରାଉରକେଲା ମୁଖ୍ୟ ମାର୍ଗରେ ଥିବା ହୋଟେଲ ଶ୍ୟାମ ଓ ବୃନ୍ଦାବନରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସଟସର୍କିଟରୁ ପ୍ୟାନେଲ ବୋର୍ଡ ଜଳିଯିବା ସହ ବିସ୍ଫୋରଣ ହୋଇଥିଲା। ନିଆଁ ହୋଟେଲର ଅନ୍ୟ ରୁମକୁ ବ୍ୟାପି ଯାଇଥିଲା। ସଠିକ ସମୟରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଫଳରେ ହୋଟେଲ ବଡ଼ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି।
/sambad/media/post_attachments/wp-content/uploads/2022/03/d15b9dec-dd50-476b-9fb8-21fb4642b1d2.jpg)
ହୋଟେଲ ରହିଥିବା ଯାତ୍ରୀ ଓ କର୍ମଚାରୀଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡିଛି। ସେପଟେ ହୋଟେଲରୁ ବାହାରୁଥିବା ଧୂଆଁ ଦେଖି କିଛି ଯାତ୍ରୀ ଭୟରେ ହୋଟେଲ ଭିତରୁ ବାହାରକୁ ବାହାରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/287b6247-fbce-4130-864e-4ffb141a5eda.jpg)