ଛଟ୍ ପୂଜା ଅନୁମତି ଦାବିରେ ଆମରଣ ଅନଶନ

ରାଉରକେଲା : ରାଉରକେଲା ସହରରେ ଛଟ୍ ପୂଜା ଅନୁମତି ଦାବିରେ ସମାଜସେବୀ କ୍ରିଷ୍ଣା ସାହୁଙ୍କ ନେତୃତ୍ୱରେ ବିହାରୀ ସମ୍ପ୍ରଦାୟର ଲୋକମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି l ଅନୁମତି ନ ମିଳିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ଶ୍ରୀ ସାହୁ କହିଛନ୍ତି l ଦାବିକୁ ସମର୍ଥନ ଜଣାଇ ବଜରଙ୍ଗ ଦଳ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାଷ୍ଟୀୟ ଜନ ଜାଗରଣ ମଞ୍ଚ, ଭାରତୀୟ ଛଟ ପୂଜା ସମିତିର ସଦସ୍ୟମାନେ ଅନଶନରେ ସାମିଲ ହୋଇଛନ୍ତି l

ସ୍ମାର୍ଟ ସିଟିର ୧୬ଟି ଘାଟରେ ଛଟ୍ ପୂଜା ପାଳନ ହୋଇଥାଏ । କିନ୍ତୁ ଏବର୍ଷ କରୋନା ମହାମାରୀ ପାଇଁ ସରକାର ନଦୀ ଘାଟରେ ସାମୁହିକ ଛଟ୍ ପୂଜା ଓ ସ୍ନାନ ଉପରେ କଟକଣା ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର