ରାଜଗାଙ୍ଗପୁର:ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି। ମହିଳାଜଣଙ୍କ ନିଜେ ଆତ୍ମହତ୍ୟା କରିଥିବା ତାଙ୍କ ପତି ପୁଲିସକୁ କହିଛନ୍ତି।
ଝଗରପୁର ଗ୍ରାମର ରମେଶ ତେଲି (୩୮) ସେହିଗ୍ରାମର ପ୍ରେମଲତା(୩୭)କୁ ପ୍ରେମ ବିବାହ କରିଥିଲେ। ବିବାହ ପର ଠାରୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା । ରମେଶ ସମ୍ବଲପୁରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ତାଙ୍କର ପତ୍ନୀ ପ୍ରେମଲତା ନୂଆଗାଁରେ ଏକ ଢ଼ାବାରେ କାମ କରୁଥିଲେ। ପ୍ରେମଲତା ତାର ବାପଘରେ ଝଗରପୁରରେ ରହୁଥିଲା। କିଛି ଦିନ ପୂର୍ବେ ରମେଶ ଶ୍ୱଶୁର ଘରକୁ ଆସିଥିଲେ। ଅନେକ ସମୟରେ ପ୍ରେମଲତା ମୋବାଇଲରେ ଅନ୍ୟ କାହା ସାଙ୍ଗରେ କଥାବାର୍ତ୍ତା କରୁଥିବାର ଅଭିଯୋଗ ଆଣି ରମେଶ ତାଙ୍କୁ ବାରମ୍ବାର ତାଗିଦ କରୁଥିଲେ।। ଗତକାଲି ରାତିରେ ଘରେ କେହିନଥିବା ବେଳେ ପ୍ରେମଲତାକୁ ପୋଡ଼ି ଦିଆଯାଇଥିବା ତାର ବାପା ଅଭିଯୋଗ କରିଛନ୍ତି। । ଅର୍ଧର୍ଦଗ୍ଧ ଅବସ୍ଥାରେ ପରିବାର ଲୋକେ ପ୍ରଥମେ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ଏବଂ ପରେ ରାଉରକେଲା ଆରଜିଏଚ କୁ ସ୍ଥାନାନ୍ତରା କରିଥିଲେ। ସେଠାରୁ ବୁର୍ଲା ନିଆଯାଉଥିବା ବେଳେ ବାଟରେ ପ୍ରେମଲତାଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କୁ କହିବା ଅନୁସାରୋ ରମେଶ ତାଙ୍କୁ ପୋଡ଼ି ମାରିଦେଇଛି। ଏହି ଦୃଶ୍ୟ ତାଙ୍କର ସନ୍ତାନ ଦେଖିଛନ୍ତି। ଅପରପକ୍ଷେ ରମେଶ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କହିଛନ୍ତି। ରାଜଗାଙ୍ଗପୁର ପୁଲିସ ରମେଶଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
ପତ୍ନୀକୁ ପୋଡ଼ି ମାରିବା ଅଭିଯୋଗରେ ସ୍ୱାମୀ ଅଟକ
/sambad/media/post_attachments/wp-content/uploads/2018/05/rkl-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)