ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାବୁନୁଆ ଗାଁରେ ଘଟିଛି ଏହକ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଛି ନୃଶଂସ ସ୍ୱାମୀ। ପାରିବାରିକ କଳହ ଯୋଗୁ ନିର୍ମମ ଭାବେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେବା ପରେ ମୃତଦେହକୁ ବାରି ପଛ ପଟେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏକଥାକୁ ଅଭିଯୁକ୍ତ ସ୍ୱାମୀ ସ୍ୱୀକାର କରିଛି।

Advertisment

ସୂଚନା ଅନୁଯାୟୀ,  ଗାଁର ତ୍ରିଲୋଚନ କିସାନ ଅଧିକାଂଶ ସମୟରେ ନିଜ ସ୍ତ୍ରୀ ସହ ପାଟିତୁଣ୍ଡ କରୁଥିବା ବେଳେ ଅଶାନ୍ତି ବଢି ଚାଲିଥିଲା । ତେବେ ଗତକାଲି ରବିବାର ଉଭୟଙ୍କ ମଧ୍ୟରେ ଝଗଡ଼ାହୋଇଥିବା ବେଳେ ତ୍ରିଲୋଚନ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ଠେଙ୍ଗାରେ ନିର୍ମମ ଭାବେ ପିଟି ଚାଲିଥିଲା । ଆଉ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ବାରିପଟେ ମାଟି ଖୋଳି ପୋତି ଦେଇଥିଲା। ପାଖରେ ଥିବା ପୁଅ ପ୍ରତିବାଦ କରିଥିଲେ ବି ତାକୁ ମାଡ଼ ମାରି ଆହତ କରି ଦେଇଥିଲା ଅଭିଯୁକ୍ତ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।