ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ, ୨ ଗିରଫ

ବିଶ୍ରା: ବିଶ୍ରା ପୁଲିସ ଏକ ଚୋରା ଲୁହା ସ୍କ୍ରାପ ଗାଡ଼ି ଜବତ ସହ ଗାଡ଼ି ଚାଳକ ଓ ସ୍କ୍ରାପ ବେପାରୀକୁ ଗିରଫ କରିଛି। ବିବରଣୀରୁ ପ୍ରକାଶ ଗତକାଲି ବିଶ୍ରା ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ୱାଇଁ ସନ୍ତୋଷପୁର ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଓଆର୍‌ ୧୪ୟୁ ୧୧୯୨ ପିକ୍‌ଅପ୍‌ ଭ୍ୟାନଟି ଧରାପଡ଼ିଥିଲା। ଯାଞ୍ଚ ସମୟରେ ଏଥିିରେ ଚୋରା ସ୍କ୍ରାପ ଲୁହା ଥିବାବେଳେ ଏହା ଉଦିତନଗର ଦିନେଶ ଅଗ୍ରଓ୍ଵାଲ ଗୋଦାମରୁ ବିଶ୍ରାର ଆଶିଷ ଆନସାରୀ ଓରଫ ଝିଙ୍ଗା ବିକ୍ରି ପାଇଁ ଆଣୁଥିବା ଜଣାପଡ଼ିଥିଲା। ବିଶ୍ରା ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଗାଡ଼ି ଚାଳକ ସମେତ ବେପାରୀ ଝିଙ୍ଗାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର