ସୁନ୍ଦରଗଡ଼/ବିଶ୍ରା:(ଦେବ କୁମାର ଦେ): ଝାଡ଼ଖଣ୍ଡର ଅତିରିକ୍ତ ଡିଜିପି ତଦାଶା ମିଶ୍ରା ଆଜି ହେଲିକେପ୍ଟର ମାଧ୍ୟମରେ ଚାଇବାସା ପହଞ୍ଚି ସୁରକ୍ଷା ସପଂର୍କିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଠାରେ ସେ ଏକ ନକ୍ସଲ ବିରୋଧୀ ଅଭିଯାନର ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

Advertisment

ସରଣ୍ଡାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍‌ ଜାରି

ଚାଇବାସାର ଟାଟା କଲେଜ ପଡ଼ିଆସ୍ଥିତ ହେଲିପ୍ୟାଡରେ କୋଲହାନ ରେଞ୍ଜ ଡିଆଇଜି ଅନୁରଞ୍ଜନ କିସ୍ପୋଟ୍ଟା, ଉପାୟୁକ୍ତ ଚନ୍ଦନ କୁମାର, ଏସ୍‌ପି ଅମିତ ରେଣୁ ସହିତ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ ପରେ ଡିଜିପିଙ୍କୁ ଗାର୍ଡ ଅଫ୍ ଅନର୍‍ ମଧ୍ୟ ପ୍ରଦାନ କରାଯାଇଥିଲା। ହେଲିପ୍ୟାଡରୁ ସେ ସିଧାସଳଖ ଜିଲ୍ଲା ପୁଲିସ ମୁଖ୍ୟଳୟସ୍ଥିତ ପୁଲିସ କାର୍ଯ୍ୟାଳୟର ସଭାଗୃହକୁ ଯାଇଥିଲେ। ସେଠାରେ ଜିଲ୍ଲାର ସରଣ୍ଡା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଚାଲୁଥିବା ସର୍ଚ୍ଚ ଅପରେସନ, ଅଭିଯାନ ସମୟରେ ଆସୁଥିବା ସମସ୍ୟା, ସୁରକ୍ଷାବଳ ନିଯୁକ୍ତି, ବିଭାଗୀୟ ସମନ୍ୱୟ ସମ୍ବନ୍ଧିତ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଆଲୋଚନା କରିଥିଲେ। ଡିଜିପି ମିଶ୍ରା କହିଥିଲେ ଯେ, ନକ୍ସଲ ବିରୋଧୀ ଅଭିଯାନରେ ସ୍ଥାନୀୟ ପୁଲିସ, ବନ ବିଭାଗ ଓ ସିଭିଲ ପ୍ରଶାସନର ସହଯୋଗ ସବୁଠାରୁ ଅଧିକ ଆବଶ୍ୟକ ଅଟେ। ସେ ଏହି ସମସ୍ତ ପ୍ରସଙ୍ଗକୁ ଧ୍ୟାନରେ ରଖି ଏକ ବ୍ୟପକ ଆଲୋଚନା କରିଥିଲେ। ସେ ଗଣମାଧ୍ୟମର ମାଧ୍ୟମରେ ମାଓବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଫେରି ଆସିବା ପାଇଁ ସୂଚନା ଦେଇଛନ୍ତି। ନଚେତ ପରିଣାମ ଭୟାବହ ହେବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: Awareness Programme: ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଏମ୍ସ ଭୁବନେଶ୍ବରର ଅଭିନବ ପଦକ୍ଷେପ

ଯବାନମାନେ ସବୁଠାରୁ ବଡ଼ ଶକ୍ତି

ସେ ଆଶା ବ୍ୟକ୍ତ କରିଥିଲେ ଯେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଭଲ ହେବ ଓ ଅଭିଯାନ ଅଧିକ ପ୍ରଭାବଶାଳୀ ଭାବେ ଗତି କରିବ। ନକ୍ସଲକୁ ସମ୍ପୂର୍ଣ ଭାବରେ ଶେଷ କରିବା ପାଇଁ ଆହୁରି ସୁରକ୍ଷାବଳ ନିଯୁକ୍ତି, ପରିଚାଳନା ଓ ସମନ୍ୱୟକୁ ଶକ୍ତିଶାଳୀ କରିବାର ବ୍ୟବସ୍ଥା ନିଆଯିବ। ସେ କହିଛନ୍ତି ନିଜର ଟିମ୍‌ ୱାର୍କକୁ ଅଧିକ ଗୁରୁତ୍ଵ ଦିଏ। ସେ ସିଆରପିଏଫ୍, କୋବ୍ରା ଓ ରାଜ୍ୟ ପୁଲିସର ଅନୁଭବୀ ଅଧିକାରୀ ଏବଂ ଯବାନମାନଙ୍କୁ ନିଜର ସବୁଠାରୁ ବଡ଼ ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ସମସ୍ତ ଅଭିଯାନକୁ ସୂଚାରୁ, ସୁରକ୍ଷିତ ଓ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ପୁଲିସ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Khurda Balangir Rail: ଖୋର୍ଦ୍ଧା-ବଲାଙ୍ଗୀର ଟ୍ରେନ୍‌ ଯାତ୍ରା ବେଳେ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ