ଟେନସା ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କଲେ ଜୁଏଲ ଓରାମ

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ଟେନସା ଠାରେ ସେଲ ଦ୍ଵାରା ପରିଚାଳିତ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିଛନ୍ତି l ହସ୍ପିଟାଲର ଭୌଗଳିକ ପରିସ୍ଥିତିକୁ ଲକ୍ଷ୍ୟ କରି ଅକ୍ସିଜନ ସିଲିଣ୍ଡର , ଅକ୍ସିଜନ କଣ୍ଟେନର ଏବଂ ଜରୁରୀକାଳୀନ ସ୍ବାସ୍ଥ୍ୟ ଉପକରଣ ଆଦି ମହଜୁଦ କରି ରଖିବାକୁ ପରାମର୍ଶ ଦେଇଛନ୍ତି l ଏହି ଅବସରରେ ଓରାମ ହସପିଟାଲକୁ କିଛି ପରସନାଲ ପ୍ରୋଟେକ୍ଟିଭ କିଟ , ଅକ୍ସିମିଟର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ପ୍ରଦାନ କରିଛନ୍ତି l

ସମ୍ବନ୍ଧିତ ଖବର