ଚାରି କୋଭିଡ ହସ୍ପିଟାଲ, ଟିକାକରଣ କେନ୍ଦ୍ର ବୁଲିଲେ ସାଂସଦ ଜୁଏଲ

ରାଉରକେଲା : ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧକ୍ଷ ଜୁଏଲ ଓରାମ ଆଜି ପାନପୋଷ ମଣ୍ଡଳ ହସ୍ପିଟାଲ ଟିକାକରଣ କେନ୍ଦ୍ର ସହ ରାଉରକେଲାର ଚାରିଟି କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି l ସେ ପ୍ରଥମେ ପାନପୋଷ ଟିକକରଣ କେନ୍ଦ୍ରରେ ପହଂଚିଥିଲେ l ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ l ବେଦବ୍ୟାସ ସ୍ଥିତ ଜୟ ପ୍ରକାଶ ହସ୍ପିଟାଲ, ହାଇଟେକ କୋଭିଡ ହସ୍ପିଟାଲ, ଉଦିତନଗର ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲ ଓ ଶେଷରେ ଆଇଜିଏଚ ସୁପର ସ୍ପେସିଆଲିଟି କୋଭିଡ ହସ୍ପିଟାଲ ବୁଲି ଦେଖିଛନ୍ତି l

ହସ୍ପିଟାଲରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଥିଲେ l ଏଡିଏମ ଅବୋଲି ସୁନିଲ ନରୱେଣେ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡା ଓ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ, ଡାକ୍ତରଙ୍କ ସହ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଛନ୍ତି l କରୋନା ମୁକାବିଲାକୁ ଅଧିକ ଶକ୍ତ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଜୁଏଲଙ୍କ ସହ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ ସହ ପ୍ରଶାସନିକ ଅଧିକାରୀ ଓ ଆଇଜିଏଚର ଅଧିକାରୀ ଉପସ୍ଥିତ ଥିଲେ l

ସମ୍ବନ୍ଧିତ ଖବର