ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏବେକାର ସୁନ୍ଦରଗଡ଼ ସାଂସଦ, ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମଙ୍କୁ ଆଜି ନୂଆ ରୂପରେ ଦେଖିବାକୁ ମିଳିଛି। ଶ୍ରୀ ଓରାମ ଆଜି ସ୍ଥାନୀୟ ଉଦିତନଗରସ୍ଥ ସାରନା ପୂଜାସ୍ଥଳରେ ପହଞ୍ଚି ଓରାମ ସମାଜର ସଦସ୍ୟ/ସଦସ୍ୟାମାନଙ୍କ ସହ ବେଶ କିଛି ସମୟ କାଟିଥିଲେ। ପୂଜାକାର୍ଯ୍ୟରେ ସାମିଲ ହେବା ସହ ସେ ଦୀର୍ଘ ସମୟ ଧରି ମୃଦଙ୍ଗ ବଜାଇଥିଲେ।
ତାଙ୍କର ମୃଦଙ୍ଗ ତାଳେତାଳେ ସମାଜର ମହିଳାମାନେ ଉତ୍ସାହିତ ହୋଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସେ ୨୦ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁଥିବା ସାରନା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/57d2698b-25ca-431f-9849-34329775c65d.jpg)