ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ୫୭ ବର୍ଷୀୟ ବିଶ୍ୱନାଥ ବଡାଇକ ବୋଲି ଜାଣିବାକୁ ମିଳିଛି। ସେ ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଅଞ୍ଚଳର। ଏକ ହତ୍ୟା ଉଦ୍ୟମ ମାମଲାରେ ସେ ଜେଲରେ ସଜା କାଟୁଥିଲେ। ବୁଧୁବାର ଦିନ ସେ ଅଚାନକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।
ରାଉରକେଲା ସ୍ୱତନ୍ତ୍ର ଜେଲରେ ସଜା କାଟୁଥିବା କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
/sambad/media/post_attachments/wp-content/uploads/2022/07/8724f7a4-aac4-11ec-8f61-24c14ed3357f_1648052385492.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)