ସୁନ୍ଦରଗଡ଼: ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରାଯାଇଛି। ଅପହୃତ ଶିକ୍ଷକ ହେଲେ ବ୍ରାହ୍ମଣମରା ହାଇସ୍କୁଲର ପ୍ରଧାନ ଶିକ୍ଷକ ସର୍ବେଶ୍ଵର ଦାସ।
ସୂଚନା ଅନୁଯାୟୀ, ଗତକାଲି ସର୍ବେଶ୍ଵର ଦାସ ସ୍କୁଲରୁ ବାଲିଶଙ୍କରା ଭଡ଼ାଘରକୁ ଫେରୁଥିବା ବେଳେ ୩ ଅପହରଣକାରୀ ଏକ ସ୍କର୍ପିଓ ଗାଡ଼ିରେ ଅ।ସି ତାଙ୍କୁ ଟେକି ନେଇଯାଇଥିଲେ। ପରେ ସେମାମାନେ ଶିକ୍ଷକଙ୍କ ଫୋନରେ ତାଙ୍କ ସ୍ତ୍ରୀଙ୍କୁ ଫୋନ କରି ୫ ଲକ୍ଷ ଟଙ୍କା ଦିଅ ନହେଲେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଶିକ୍ଷକଙ୍କ ସ୍ତ୍ରୀ କିଞ୍ଜିରକେଲା ଥାନାରେ ଏବାବଦରେ ଅଭିଯୋଗ କଲା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା।
ପୁଲିସର ଯୋଜନା ଅନୁଯାୟୀ ଶିକ୍ଷକଙ୍କ ସ୍ତ୍ରୀ ୧ ଲକ୍ଷ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ତେବେ ଶିକ୍ଷକଙ୍କ ସ୍ତ୍ରୀ ୫୦ ହଜାର ଟଙ୍କା ନଗଦ ନେଇ ଅପହଣକାରୀଙ୍କୁ ଦେବା ସମୟରେ ପୁଲିସ୍ ଅପହରଣକାରୀମାନଙ୍କୁ ମାଡ଼ି ବସିଥିଲା। ଛତିଶଗଡ ତୁମ୍ବଲା ଅଞ୍ଚଳରୁ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ କିଂଜିରକେଲା ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ। ଏଥିରେ ବ୍ୟବହୃତ ଗାଡ଼ିକୁ ମଧ୍ୟ ପୁଲିସ ଜବତ କରିଛି।