ସୁନ୍ଦରଗଡ଼: ୧୮ ତାରିଖରେ ଦେବଗଡ଼ର ଶିଶୁକନ୍ୟା ପିହୁକୁ ଅପହରଣ କରି ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ନେଇ ଆସିଥିଲେ। ଏକ ଧଳା ରଙ୍ଗାର କାରରେ ଆସି ସହରର ମିସନରୋଡସ୍ଥିତ ହୋଟେଲ ପାର୍ବତୀ ରେସିଡେନ୍ସି ନିକଟରେ ଅଟକିଥିଲେ। ରାତି ୧୦ଟା ୩୭ରେ ହୋଟେଲ ଭିତରକୁ ୨ ଜଣ ଯାଇ ରୁମ୍ ମାଗିଥିଲେ। ହୋଟେଲ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ କେତେଜଣ ରହିବେ ବୋଲି ପଚାରିବାରୁ ସେମାନେ ପୁରୁଷ ୩ ଜଣ ଓ ୬ ବର୍ଷର ଝିଅଟି ଅଛି କହିଥିଲେ। ଏହା ପରେ ରୁମ୍ ଦେଖିବାକୁ ଯାଇଥିଲେ।

Advertisment

publive-image

ପରେ ବୁକ୍ କରିବାକୁ ଚାହିଁବାରୁ ମ୍ୟାନେଜର ପରିଚୟପତ୍ର ମାଗିଥିଲେ। କିନ୍ତୁ ଦୁହେଁ ଦୋଦୋପାଞ୍ଚ ହୋଇ ପରିଚୟପତ୍ର ଦେଇ ନଥିଲେ। ବିନା ପରିଚୟପତ୍ରରେ ରୁମ୍ ଦେବାକୁ ମ୍ୟାନେଜର ମନା କରିବାରୁ ପାଖାପାଖି ୧୩ ମିନିଟ ପରେ ୧୦ଟା ୫୦ରେ ହୋଟେଲରୁ ବାହାରି ଯାଇଥିଲେ। ପରେ ଏଠାରୁ ବଡ଼ଗାଁ ଆଡ଼କୁ ଯାଇଥିବା ସୂଚନା ରହିଛି। ହୋଟେଲର ସିସିଟିଭି କ୍ୟାମେରାରେ ଏସବୁ ଦୃଶ୍ୟ କଏଦ ହୋଇଛି।