ରାଜଗାଙ୍ଗପୁର: ସୁନ୍ଦରଗଡ଼ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁନମୁରୁ ପଞ୍ଚାୟତ ଲମଲୋଇ ଗ୍ରାମସ୍ଥିତ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡ଼ରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ଜଣକ ରାଜଗାଙ୍ଗପୁର ଥାନା କୁନମୁରୁ ପଞ୍ଚାୟତର ତେତେରକେଲା ଗ୍ରାମର ପ୍ରଦୀପ ଲାକ୍ରା (୩୬) ବୋଲି ଜଣାପଡ଼ିଛି।
ପ୍ରଦୀପ ଅନ୍ୟଦିନ ଭଳି ଆଜି ମଧ୍ୟ ସ୍ଥାନୀୟ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ସ୍ପଞ୍ଜ ଆଇରନ କାରଖାନାର ଡିଆରଆଇ ଲ୍ୟାବରେ ବି ଶିପ୍ଟ ରେ କାମ କରୁଥିଲେ। କାମ କରିବା ସମୟରେ ହଠାତ ଅପରାହ୍ନରେ ଅସୁସ୍ଥତା ଅନୁଭବ କରିଥିଲେ। ତା’ପରେ ତାଙ୍କୁ ତୁରନ୍ତ କାରଖାନା ଆମ୍ବୁଲାନ୍ସର ଯୋଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ଡାକ୍ତରୀ ଯାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଆଶଙ୍କା କରାଯାଉଛି।
ଘଟଣା ଜଣାପଡିବା ପରେ ମୃତକଙ୍କ ପରିଜନ ଓ କାରଖାନା କତ୍ତୃପକ୍ଷ ସିଏଚସି ପହଞ୍ଚିଥିଲେ। ସିଏଚସିର ଶବ ଗୃହରେ ମୃତଦେହକୁ ରଖାଯାଇଥିବା ବେଳେ ଆସନ୍ତାକାଲି ତାଙ୍କ ମୃତଦେହ ବ୍ୟବଛେଦ କରାଯିବ। କର୍ମଚାରୀଙ୍କ ଅକସ୍ମାତ ମୃତ୍ୟୁ ଘଟିବା ପରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)