ବିଶ୍ରା: ସୁନ୍ଦରଗଡ଼ ଜିଲା ସୀମାବର୍ତ୍ତି ଝାଡ଼ଖଣ୍ଡର ସରଣ୍ଡା ଜଂଗଲର ବାଲିବା ଠାରେ  ସକାଳେ ମାଓବାଦୀମାନେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ କୋବ୍ରା ୨୦୯ ବାଟାଲିୟନର ସବ୍ଇନ୍ସପେକ୍ଟର ଜିତେନ୍ଦ୍ର ଦାନି ଗୁରୁତର ଆହତ ହୋଇଛନ୍ତି। ଆହତ ଜିତେନ୍ଦ୍ରକୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଛି।

Advertisment

ପଶ୍ଚିମସିଂଭୂମ ଏସ୍‌ପି ଅଶୁତୋଷ ଶେଖର ଘଟଣା ସଂପର୍କରେ ସୂଚନାଦେଇ କହିଛନ୍ତି ଯେ କିଛି ନକ୍ସଲ ନେତା ବାଲିବା ଜଙ୍ଗଲରେ ଲୁଚିରହି କୌଣସି ବଡ଼ ହିଂସା ଘଟାଇବାକୁ ଯୋଜନା କରୁଛନ୍ତି। ଏହି ସୂଚନା ପାଇବା ପରେ ସୁରକ୍ଷା ବାହିନୀର ଏକ ଟିମ୍ ବାଲିବା ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ଗୁରୁବାର ସକାଳେ ନକ୍ସଲମାନେ ସୁରକ୍ଷାବାହିନୀକୁ ଦେଖି ଗୋଟିଏ ବୋମା ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ କୋବ୍ରା ୨୦୯ ବାଟାଲିୟନର ସବ୍ ଇନ୍ସପେକ୍ଟର ଜିତେନ୍ଦ୍ର ଦାନି ଆହତ ହୋଇଥିଲେ। ଉଲ୍ଲେଖନୀୟ ଯେ ଗତ କିଛି ମାସ ଧରି ମାଓବାଦୀମାନେ ସରଣ୍ଡା ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଜ କାୟା ବିସ୍ତାର କରିବାରେ ଲାଗିଛନ୍ତି। ବରିଷ୍ଠ ମାଓ ନେତା ମିଶିର ବେସ୍ରା ତାଙ୍କ ସହଯୋଗୀଙ୍କୁ ନେଇ କ୍ରମାଗତ ଭାବରେ ମାଓ କାର୍ଯ୍ୟକାଲାପ ଘଟାଇ ଚାଲିଛନ୍ତି।