ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସାନଇନ୍ଦୁପୁର ଗ୍ରାମ ସ୍ଥିତ ରୁଙ୍ଗଟା କଲୋନୀଠାରେ ଗତକାଲି ବଡ଼ ଧରଣର ଚୋରି ହୋଇଥିବା ସୂଚନା ମିଳିଛି। ରାତିରେ କଲୋନୀ ଭିତରେ ଏକା ବେଳକେ ୧୫ଟି ଘରୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ସେମାନେ ପାଖାପାଖି ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୫ରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଯାଇଥିବା ସୂଚନା ରହିଛି। କୋଇଡ଼ା ପୁଲିସ ଖବର ପାଇ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି।