ରାଉରକେଲା: ଗହଣା ଦୋକାନୀଙ୍କୁ ରାଜରାସ୍ତାରେ ଛୁରାମାଡ଼ କରି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ହୋଇଛି। ଆହତ ସୁନା ବ୍ୟବସାୟୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲକୁ ନିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।ରାଉରକେଲା ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ଆଜି ସକାଳେ ଏହି ଘଟଣା ଘଟିଛି। ସୁନା ବ୍ୟବସାୟୀ ପ୍ରଦୀପ କୁମାର ସୋନି କୋଲକାତାରୁ ସୁନା ଗହଣା ଆଣି ନିଜର ବାସନ୍ତୀକଲୋନି ଘରକୁ ଗଲା ବେଳେ ଏହି ଘଟଣା ଘଟିଛି।

Advertisment

publive-image

ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡରେ ଥିବା ପି ସି ଜୁଏଲରୀର ପ୍ରଦୀପ ସୋନି ଆଜି ସକାଳେ ଆଜାଦ ହିନ୍ଦ ଏକ୍ସପ୍ରେସରେ କୋଲକତାରୁ ଆସି ଷ୍ଟେସନରେ ପହଞ୍ଚିଥିଲେ। ସେ ଦୋକାନର ଆଉଜଣେ କର୍ମଚାରୀଙ୍କ ସହ ବ୍ୟାଗରେ ସୁନା ନେଇ ଏକ ସ୍କୁଟିରେ ବାସନ୍ତୀ କଲୋନୀ ଘରକୁ ଯାଉଥିବା ବେଳେ ରେଲୱେ କଲୋନୀ କାଳୀ ମନ୍ଦିର ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ପରେ ଛୁରାମାଡ଼ କରି ସୁନା ଥିବା ବ୍ୟାଗକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟସାଇଟ ପୁଲିସ ଘଟଣାର ତଦନ୍ତ କରୁଛି।