ସୁନ୍ଦରଗଡ଼: ବନ୍ଧୁକ ମୁନରେ ଗ୍ରାହକ ସେବା କେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟ ଅଭିଯୋଗ ହୋଇଛି। ଧାରୁଆଡିହି ଥାନା ସାଲେପାଲି କଲୋନୀ ପଡ଼ାର ଅନିଲ କୁମାର ବାଗଙ୍କ ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଲୁଟ ହୋଇଥିବା ଜଣାଯାଇଛି। ଏକ ନମ୍ୱର ବିହୀନ ଆପାଚେ ବାଇକରେ ୩ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ଆସି ବନ୍ଧୁକ ଦେଖାଇ ୩୦ ହଜାର ଲୁଟି ନେ଼ଇ ଫେରାର ହୋଇଥିବାର ଅଭିଯୋଗ ହୋଇଛି। ପୁଲିସ ଘଟଣାର ତନାଘନା ଚଳାଇଛି।
ବନ୍ଧୁକ ମୁନରେ ଗ୍ରାହକ ସେବା କେନ୍ଦ୍ରରୁ ୩୦ ହଜାର ଲୁଟ୍
/sambad/media/post_attachments/wp-content/uploads/2024/01/c3763b31-69ea-4290-9bb7-3aed9116cea4.jpeg)